ହାଣ୍ଡି ମାଠିଆ ତିଆରି କରିବାକୁ ଆଉ ମାଟି ମିଳୁନି । ମାଟି ନେବାକୁ ହେଲେ ପଚାଶ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଧମକ ଦେଉଛନ୍ତି ଦଲାଲ୍ । ମାଟି ଥିବା ଜାଗାକୁ ଚିହ୍ନଟ କରି ମାଟି ଯୋଗେଇବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।