high contrast image of a hangman's noose
ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଏକ ସୁଇସାଇଡ ନୋଟ୍ ଜବତ କରିଛି। ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ, ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ବୋଲି ଉକ୍ତ ନୋଟ୍ରେ ଲେଖାଅଛି। ସୂଚନାଯୋଗ୍ୟ, କୃଣାଳ ଅଗ୍ରଓ୍ବାଲ(୨୭) ଏବଂ ଗୌରବ ଅଗ୍ରଓ୍ବାଲଙ୍କ ମା’ ମାର୍ଚ୍ଚ ୨୩ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ପିତା ସୁଶୀଲ କୁମାର ଗତ ୨୦ ବର୍ଷ ହେଲା ପାରାଲିସିସ୍ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ମା’ଙ୍କ ମୃତ୍ୟୁ ପରେ ଦୁଇ ଭାଇ ପିତାଙ୍କୁ ଛାଡି କେଉଁଆଡେ ପଳେଇ ଥିଲେ। ଜୁନ୍ ୩୦ରେ ଘରକୁ ଫେରି ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।