ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା ପାଇଁ ନେଉଥିବା ଯୁବକଙ୍କୁ ଉପହାର ମିଳିଲା କାର୍‌

ନୂଆଦିଲ୍ଲୀ,୨୪।୧୦: କର୍ନାଟକର ଜଣେ ଯୁବକ ତାଙ୍କ ୭୦ ବର୍ଷୀୟା ମାଆଙ୍କୁ ନିଜ ସ୍କୁଟରରେ ବସାଇ ତୀର୍ଥ ଯାତ୍ରା ପାଇଁ ବାହାରିଥିଲେ। ଏହି ମାତୃଭକ୍ତ ଯୁବକଙ୍କ କଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ କାନରେ ପଡିଥିଲା। ଆଉ ଏହାପରେ ସେ ଉକ୍ତ ଯୁବକଙ୍କୁ ଗୋଟିଏ ମହିନ୍ଦ୍ରା କାର୍‌ ଉପହାର ଦେଇଥିବା ଜଣାପଡିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ନିଜେ ଆନନ୍ଦ ମହିନ୍ଦ୍ରା ଭିଡିଓଟିକୁ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିବା ସହ ଉକ୍ତ ଯୁବକଙ୍କ ମାତୃଭକ୍ତିର ପ୍ରଶଂସା କରିଛନ୍ତି।