Internally displaced people from Niger, who fled Boko Haram incursions, wait for food supplies to be handed out during a food distribution at the Asanga refugee camp near Diffa on June 16, 2016. (Photo by ISSOUF SANOGO / AFP)
ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୫ ମହିଳା ଓ ୫ ଶିଶୁ ଅଛନ୍ତି। ଏଥିରେ ଅନ୍ୟ ୧୦ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୋମବାର ସେଠାରେ ଥିବା ଏକ ଯୁବ ଓ ସାଂସ୍କୃତିକ କେନ୍ଦ୍ରରେ ଯେତେବେଳେ ଶରଣାର୍ଥୀଙ୍କୁ ମାଗଣାରେ ଖାଦ୍ୟ ସହ କିଛି ଅର୍ଥ ଦିଆଯାଉଥିଲା ସେତେବେଳେ ସେଠାରେ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା ବୋଲି କହିଛନ୍ତି ଦିଫାର ରାଜ୍ୟପାଳ ଇସା ଲେମିନ। ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଥିବା ପ୍ରାୟ ଅଢେଇ ଲକ୍ଷ ଶରଣାର୍ଥୀଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବା ସମୟରେ ଯେତେବେଳେ ପ୍ରଥମ ବ୍ୟକ୍ତିଙ୍କୁ ଏହା ଦିଆଯାଇଥିଲା ସେତେବେଳେ ଅନ୍ୟମାନେ ଶୀଘ୍ର ପାଇବା ଆଶାରେ ଧାଁ ଦୌଡ ଓ ଠେଲାପେଲା ଆରମ୍ଭ କରିଦେଇଥିଲେ। ଏଥିରେ କେତେଜଣ ତଳେ ପଡି ଯାଇଥିଲେ। ବିଶେଷ ଭାବେ ମହିଳା ଓ ଶିଶୁ ଠେଲାଠେଲି ସମୟରେ ତଳେ ପଡିଯିବାରୁ ଅନ୍ୟମାନେ ତାଙ୍କ ଉପରେ ଚଢିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।