Hiroshima: Indian Womens Hockey Team during a match against Uruguay during FIH Women's Series Finals Hiroshima 2019 opener, in Hiroshima, Saturday, June 15, 2019. India beat Uruguay 4-1. (PTI Photo) (PTI6_15_2019_000116B)
ହିରୋସୀମା, ୧୫ା୬(ପି.ଟି.): ଉରୁଗୁଏ ବିପକ୍ଷରେ ପ୍ରଭାବୀ ୪-୧ ଗୋଲ୍ରେ ବିଜୟ ସହ ଭାରତୀୟ ମହିଳା ହକି ଦଳ ଏଠାରେ ଚାଲିଥିବା ଏଫ୍ଆଇଏଚ୍ ସିରିଜ ଫାଇନାଲ୍ସ ହିରୋସୀମା ୨୦୧୯ରେ ଏହାର ଅଭିଯାନ ଆରମ୍ଭ କରିଛି। ବିଶ୍ୱର ୯ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ତରଫରୁ ଅଧିନାୟକ ରାନୀ ୧୦ତମ ମିନିଟ୍ରେ ଏକ ଗୋଲ ସ୍କୋର କରିଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ୱାର୍ଟରରେ ଉରୁଗୁଏ ଦଳ ଯଦିଓ ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା ଏବଂ ଅଧିକ ସୁଯୋଗ ପାଇଥିଲା ଭାରତ କିନ୍ତୁ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବିପକ୍ଷ ଦଳ ଉପରେ ବାରମ୍ବାର ଆକ୍ରମଣ ଜାରି ରଖିଥିଲା। ୨୧ତମ ମିନିଟ୍ରେ ଭାରତ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ଗୁଜରାଣ୍ଟ କୌର ଏହାକୁ ଗୋଲରେ ପରିଣତ କରିବାରେ ସଫଳ ରହିଥିଲେ। ଭାରତ ୨-୦ରେ ଅଗ୍ରଣୀ ଲାଭ କରିଥିଲା। ତୃତୀୟ କ୍ୱାର୍ଟର ଖେଳ ଆରମ୍ଭରେ କିନ୍ତୁ ଉଭୟ ଦଳର ଖେଳରେ ତାଳମେଳ ନ ଥିବା ପରିଲକ୍ଷିତ ହୋଇଥିଲା। ଉଭୟ ଦଳ କେତୋଟା ସୁଯୋଗ ପାଇଁ ମଧ୍ୟ ହାତଛଡ଼ା କରିଥିଲେ। ମାତ୍ର ୪୦ତମ ମିନିଟ୍ରେ ବନ୍ଦନା କାଟାରିଆଙ୍କଠାରୁ ଏକ ଚମତ୍କାର ପାସ୍ ପାଇ ଜ୍ୟୋତି ଭାରତ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟର ଖେଳ ତଥା ୫୧ତମ ମିନିଟ୍ରେ ଉରୁଗୁଏର ମାରିଆ ଟେରେସା ଭାଏନା ଆଚେ ତାଙ୍କ ନିଜସ୍ବ ଉଦ୍ୟମରେ ତାଙ୍କ ଦଳ ତରଫରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଜବାବରେ ଭାରତ ପ୍ରତି ଆକ୍ରମଣ କରିଥିଲା। ବିପକ୍ଷ ଦଳର ଡି’ ଏରିଆରେ ରାନୀଙ୍କଠାରୁ ଏକ ପାସ୍ ପାଇ ଲାଲ୍ ରେମ୍ସିଆମି ଉରୁଗୁଏ ଗୋଲପୋଷ୍ଟ ମଧ୍ୟକୁ ଠେଲି ଦେଇଥିଲେ। ଏହି ଗୋଲ ଦ୍ୱାରା ଭାରତ ମ୍ୟାଚ୍ରେ ୪-୧ରେ ବିଜୟ ଲାଭ କରିଥିଲା।