Hiroshima: Indian players celebrate a goal against Japan during their match at FIH Women's Series Finals Hiroshima 2019, in Hiroshima, Japan, Sunday June 23, 2019. (PTI Photo) (PTI6_23_2019_000082B)
ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍ଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଖେଳର ତୃତୀୟ ମିନିଟ୍ରେ ଅଧିନାୟିକା ରାଣୀ ରାମପାଲ ଏକ ଗୋଲ ସ୍କୋର କରି ଭାରତକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ତେବେ ୧୧ତମ ମିନିଟ୍ରେ ଜାପାନର କାନନ ମୋରିଙ୍କ ଗୋଲ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ଭଲ ଫର୍ମରେ ଥିବା ଗୁରଜିତ କୌର ପରେ ୪୫ତମ ଓ ୬୦ତମ ମିନିଟ୍ରେ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇବା ସହ ମ୍ୟାଚରେ ବିଜୟୀ କରାଇଥିଲେ। ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଦଳ ଭାରତ ଶନିବାର ଚିଲିକୁ ପରାସ୍ତ କରି ଫାଇନାଲରେ ପ୍ରବେଶ ସହ ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସ ୨୦୧୯ ଫାଇନାଲ ରାଉଣ୍ଡ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିସାରିଥିଲା। ରାଣୀ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଗୁରଜିତ ଟପ୍ ସ୍କୋରର ହୋଇପାରିଛନ୍ତି।
ପ୍ରଥମ କ୍ୱାର୍ଟରରେ ରାଣୀଙ୍କ ଗୋଲର କିଛି ସମୟ ପରେ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନନର ସୁଯୋଗ ପାଇଥିଲେ ମଧ୍ୟ କାର୍ଯ୍ୟକାରୀ କରିପାରି ନ ଥିଲା। ପ୍ରଥମ ୧୫ ମିନିଟ ଖେଳରେ ଜାପାନ ଦଳ ମାତ୍ର ଦୁଇଥର ସର୍କଲ ଏଣ୍ଟ୍ରି କରିପାରି ଥିଲେ। ଦ୍ୱିତୀୟ ଥର ସର୍କଲ ଏଣ୍ଟ୍ରି ବେଳେ ୟୁରି ନାଗାଇଙ୍କ ଏକ ପାସ୍କୁ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇଥିଲେ କାନନ ମୋରି। ଭାରତୀୟ ଗୋଲକିପର ସବିତା ବଲ୍କୁ ରୋକିବା ପାଇଁ ଚେଷ୍ଟା କରିବା ପୂର୍ବରୁ ଏହା ଗୋଲପୋଷ୍ଟ ଭିତରକୁ ଚାଲିଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ମଧ୍ୟ ପ୍ରଧାନ୍ୟ ବିସ୍ତାର ଜାରି ରଖିଥିଲା। ଫରଓ୍ବାର୍ଡ ବନ୍ଦନା କାଟାରିୟା ୧୮ତମ ମିନିଟ୍ରେ ଏକ ସୁଯୋଗ ହାତଛଡ଼ା କରିଥିଲେ। ସେ ଗୋଲ ପୋଷ୍ଟକୁ ମାରିଥିବା ଶଟ୍ ଓ୍ବାଇଡ୍ ହୋଇଯାଇଥିଲା। ଅନ୍ୟପକ୍ଷରେ ଜାପାନ ରିଦିମ ଫେରିବାକୁ ଚେଷ୍ଟା କରିଥିଲା। ଫ୍ଲାଙ୍କ ସହାୟତାରେ ଗୋଲ ସୁଯୋଗୁ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ମାତ୍ର ସୁଶିଲା ଚାନୁ ପୁଖ୍ରାମବାମ୍ ଏବଂ ଲିଲିମା ମିଞ୍ଜ୍ ଆଜାପାନିଜ ଆକ୍ରମଣକୁ ପ୍ରତିହତି କରିବାରେ ସଫଳ ରହିଥିଲେ। ପ୍ରଥମାଦ୍ଧଁ ସୁଦ୍ଧା ଖେଳ ୧-୧ରେ ଅମୀମାଂସିତ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଖେଳକୁ ଅଧିକାଂଶ ସମୟ ନିଜ ନିୟନ୍ତ୍ରଣରେ ରଖିଥିବାଳେ ଗୁରଜିତ ଦୁଇଟି ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ।