Supernovas players with winning trophy during the final of the Women's T20 Challenge, 2019 between the Supernovas and Velocity held at the Sawai Mansingh Stadium in Jaipur
ଜୟପୁର, ୧୨।୫- ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ସୁପରନୋଭାସ ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ସୁପରନୋଭାସ ୪ ଉଇକେଟରେ ଭେଲୋସିଟିକୁ ପରାସ୍ତ କରିଛି। ଭେଲୋସିଟି ପକ୍ଷରୁ ଧାର୍ଯ୍ୟ ୧୨୨ ରନ ବିଜୟ ଲକ୍ଷ୍ୟକୁ ସୁପରନୋଭାସ ୨୦ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିତ୍ବା ଭେଲୋସିଟି ପ୍ରାରମ୍ଭିକ ଓ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭ ରନରେ ୫ଟି ଉଇକେଟ ହରାଇଥିଲା। ଶେଷଭାଗରେ ସୁଷମା ବର୍ମା ଓ ଆମେଲିଆ କେର ଦ୍ରୁତ ରନ ସଂଗ୍ରହ କରିବାରୁ ଭେଲୋସିଟି ସମ୍ମାନଜନକ ସ୍କୋରରେ ପହଞ୍ଚତ୍ଥିଲା। କେର୍ ୩୮ ବଲ୍ରୁ ୩୬(୪ ଚୌକା) ରନ କରି ଆଉଟ ହୋଇଥିବାବେଳେ ସୁଷମା ୩୨ ବଲ୍ରୁ ୪୦(୩ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ସୁପରନୋଭାସ ବୋଲରଙ୍କ ମଧ୍ୟରୁ ଲିଆ ଟାହୁହୁ ୨ଟି ଏବଂ ଅନୂଜା ପାଟିଲ, ସୋଫି ଡେଭିନ, ନାତାଲି ସ୍କିଭର ଓ ପୁନମ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ସୁପରନୋଭାସ ମଧ୍ୟ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲେ ହେଁ ହରମନପ୍ରୀତଙ୍କ ଅର୍ଦ୍ଧଶତକ ସହାୟତାରେ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ପାରିଥିଲା। ଶେଷ ବଲ୍ରୁ ବିଜୟ ପାଇଁ ୧ ରନ ଆବଶ୍ୟକ ହେଉଥିବାବେଳେ ରାଧା ଯାଦବ ଚୌକା ମାରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ସେ ୪ ବଲ୍ରୁ ୧୦ ରନ କରି ଅପରାଜିତ ରହିଥିଲେ। ହରମନପ୍ରୀତ ୩୭ ବଲ୍ ଖେଳି ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୫୧ ରନ କରିଥିବାବେଳେ ପ୍ରିୟା ପୁନିଆ ୨୯ ଓ ଜେମିମା ରୋଡ୍ରିଗ୍ବେଜ ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭେଲୋସିଟି ପକ୍ଷରୁ ଜହରନା ଆଲାମ ଓ ଆମେଲିଆ କେର ୨ଟି ଲେଖାଏ ଏବଂ ଦେବିକା ବୈଦ୍ୟ ଗୋଟିଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ହରମନପ୍ରୀତ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜେମିମା ରୋଡ୍ରିଗ୍ବେଜ ପ୍ଲେୟର ଅଫ ଦି ସିରିଜ ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଭେଲୋସିଟି ୨୦ ଓଭରରେ ୧୨୧/୬(ସୁଷମା-୪୦*, କେର୍-୩୬, ତାହୁହୁ-୨/୨୧)।
ସପରନୋଭାସ ୨୦ ଓଭରରେ ୧୨୫/୬(ହରମନପ୍ରୀତ-୫୧, ପ୍ରିୟା-୨୯, ଜେମିମା-୨୨, ଜହନରା-୨/୨୧, କେର୍-୨/୨୯)।