Bengaluru: Students of BMS College protesting against the recent sexual harresement on women and child in Bengaluru on Tuesday. PTI Photo by Shailendra Bhojak(PTI7_22_2014_000089B)
ନୂଆଦିଲ୍ଲୀ, ୧୬।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରାଯାଇଥିବା ନିର୍ଭୟା ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ୨୦୧୩ଠାରୁ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଟଙ୍କାର ୯ ପ୍ରତିଶତ ଖର୍ଚ୍ଚ ହୋଇଛି। ମୋଟ ୧୬ଶହ ୪୯ କୋଟି ଟଙ୍କାରୁ କେବଳ ୧୪୭ କୋଟି ଟଙ୍କା ହୋଇଛି ବିନିଯୋଗ କରାଯାଇଛି। ଦେଶର ୬ଟି ରାଜ୍ୟରେ ଏହି ପାଣ୍ଠିରେ ଜମା ହାତ ବି ମରାଯାଇନି। ଏପରି ସ୍ଥଳେ ମହିଳାଙ୍କ ସୁରକ୍ଷା ପାଇଁ ହୋଇଥିବା ଲକ୍ଷ୍ୟ କିଭଳି ପୂରଣ ହୋଇପାରିବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ମେଘାଳୟ, ମଣିପୁର, ତ୍ରିପୁରା, ସିକିମ୍, ମହାରାଷ୍ଟ୍ର ଓ ଡାମନ୍ ଏବଂ ଡିୟୁରେ ନିର୍ଭୟା ପାଣ୍ଠିରୁ ଶୂନ ଟଙ୍କା ଖର୍ଚ୍ଚ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପକ୍ଷରୁ ଲୋକସଭାରେ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ନିର୍ଭୟା ପାଣ୍ଠିରୁ ଅଧିକ ଟଙ୍କା କର୍ନାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀକୁ ଆବଣ୍ଟିତ କରାଯାଇଛି। କର୍ନାଟକ ଏହି ପାଣ୍ଠିରୁ ଆବଣ୍ଟିତ ହୋଇଥିବା ୧୯୧ କୋଟି ଟଙ୍କାରୁ କେବଳ ୭ ପ୍ରତିଶତ ଅର୍ଥାତ୍ ୧୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେହିପରି ତାମିଲ୍ନାଡୁରେ ମୋଟ ୧୯୦ କୋଟି ୬୮ ଲକ୍ଷ ଟଙ୍କାରୁ ମାତ୍ର ୬ କୋଟି ଖର୍ଚ୍ଚ ହୋଇଛି। ଏହା ଆବଣ୍ଟିତ ଟଙ୍କାର ମାତ୍ର ୩ ପ୍ରତିଶତ। ଦିଲ୍ଲୀରେ ନିର୍ଭୟା ପାଣ୍ଠିରୁ ୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଦିଲ୍ଲୀକୁ ୩୯୦ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ତେବେ ଏଥିରୁ ୧୯ କୋଟି ୪୧ ଲକ୍ଷ ଖର୍ଚ୍ଚ ହୋଇଥିବା ରିପୋର୍ଟରେ ସୂଚିତ ହୋଇଛି।