high contrast image of a hangman's noose
କଟକ ରୋଡ,୧୮ା୧୧(ଡି.ଏନ୍.ଏ.): ବଡ଼ଗଡ଼ ଥାନା ପୋଲିସ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଯାଜପୁର ଜିଲା ଅଞ୍ଚଳର ଉଷାରାଣୀ ଦାସ(୩୦)। ପୋଲିସ ସୂଚନା ଅନୁଯାୟୀ, ଉଷାରାଣୀ ଗତ କିଛିଦିନ ଧରି ଏହି ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ କୌଣସି କାରଣକୁ ନେଇ ଉଷାରାଣୀ ଫ୍ୟାନରେ ଝୁଲୁଥିବା ନେଇ ଥାନାକୁ ସୂଚନା ମିଳିଥିଲା। ଖବରପାଇ ପୋଲିସ ପହଞ୍ଚତ୍ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଅନୁସନ୍ଧାନ ଜାରି ରହିଛି।