Play button with movie icon on modern smart phone screen on wooden table over blur colorful night light city tower, Cinema online concept
ଚଣ୍ଡିଗଡ଼,୧୫।୬: ନେତା ତ ନେତା ତାଙ୍କ ଭାଇଙ୍କ ପାଓ୍ବାର ମଧ୍ୟ ଅଧିକ। ବେଳ ପଡ଼ିଲେ ସେ ଆଇନକୁ ମଧ୍ୟ ହାତକୁ ନେଇ ପାରିବେ। ପଞ୍ଜାବ ମକ୍ତସର ଜିଲାରେ ଘଟିଛି ଏଭଳି ଏକ ଘଟଣା। ଏଠାରେ କଂଗ୍ରେସ ପାର୍ଷଦ ରାକେଶ ଚୌଧୁରୀଙ୍କ ଭାଇ ସନ୍ନି ଚୋଧୁରୀ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ ତଳେ ପକାଇ ଗୋଇଠା ମାରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍ ହୋଇଛି। ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଏସ୍ଏସ୍ପି ସଞ୍ଜିତ ଧେସୀ ସୂଚନା ଦେଇଛନ୍ତି। ଟଙ୍କା କାରବାରକୁ ନେଇ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।