ମହାରାଷ୍ଟ୍ର ବିଧାନସଭାକୁ ‘ମେ ଭି ସଭରକର’ ଟୋପି ପିନ୍ଧି ଆସିଲେ ଭାଜପା ବିଧାୟକ

ନାଗପୁର,୧୬।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ସଭରକର’ ବୟାନକୁ ନେଇ ବିବାଦ ଥମୁନାହିଁ। ନାଗପୁରରେ ସୋମବାର ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ଯୋଗ ଦେବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ‘ମେ ଭି ସଭରକର’ ଟୋପି ପିନ୍ଧି ଆସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ରାଲିରେ କହିଥିଲେ ମୁଁ ରାହୁଲ ସଭରକର ନୁହେଁ, ରାହୁଲ ଗାନ୍ଧୀ ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଏହାକୁ ଭାଜପା ଓ ଶିବସେନା ଉଭୟ ବିରୋଧ କରିଥିଲେ। ଏହାକୁ ନେଇ ସଭରକରଙ୍କ ନାତି ରଞ୍ଜିତ ସଭରକର ରବିବାର ରାହୁଲଙ୍କ ନାଁରେ ମାନହାନୀ ମୋକଦ୍ଦମା କରିବାକୁ ମଧ୍ୟ କହିଛନ୍ତି। କେବଳ ସେତିକି ନୁହେଁ ମହାରାଷ୍ଟ୍ରର ମେଣ୍ଟ ସରକାରରୁ କଂଗ୍ରେସକୁ ବାଦ୍‌ ଦେବାକୁ ମଧ୍ୟ ରଞ୍ଜିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିଥିଲେ।

Share