Bihar, Mar 16 (ANI): A nurse use thermal screening device on a patient at Railway hospital in the wake of deadly corona-virus,in Patna on Monday. (ANI Photo)
ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି। ତେବେ ଏମାନଙ୍କ ମଧ୍ୟରୁ ୧୦୭ ଜଣ କେବଳ ମୁମ୍ବାଇର ବୋଲି ଜଣାପଡିଛି। ଏହାକୁ ନେଇ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୮୧ରେ ପହଞ୍ଚିଛି ବୋଲି କହିଛି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏହି ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୦ ଭାଗ କେବଳ ମୁମ୍ବାଇ ଓ ପୁଣେର ବୋଲି ଜଣାପଡିଛି। ସେହିପରି ମୃତକଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ମୁମ୍ବାଇ ମେଟ୍ରୋ ଓ ପୁଣେ ମେଟ୍ରୋ ଅଞ୍ଚଳର। ଏବେ ମହାରାଷ୍ଟ୍ରର ମୋଟ ୨୫୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ରହିଛି।