Categories: ଅନୁଗୋଳ

ମହାରାଷ୍ଟ୍ରରୁ ଫେରିଲେ ୨୬ ଶ୍ରମିକ

ଅନୁଗୋଳ ଅଫିସ୍‌, ୧୬ା୫- ଅନୁଗୋଳ ଜିଲାକୁ ମହାରାଷ୍ଟ୍ରରୁ ଏକ ସ୍ବତନ୍ତ୍ର ବସ ଯୋଗେ ୨୬ ଜଣ ଶ୍ରମିକ ଶନିବାର ଫେରିଛନ୍ତି। ସେମାନେ ଗଡତରାସ ଗ୍ରାମର ହୋଇଥିବାବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନରେ ରଖାଯାଇଛି। ଅନ୍ୟପକ୍ଷରେ ଉକ୍ତ ବସ୍‌ରେ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାର ୧୩ ଜଣ ଶ୍ରମିକଙ୍କୁ ଅନୁଗୋଳ ଜିଲାରୁ ପ୍ରଶାସନ ସେମାନଙ୍କ ଅଞ୍ଚଳକୁ ପଠାଇଛି। ଲକଡାଉନରେ ଶ୍ରମିକମାନେ ଅନୁଗୋଳରେ ଫସି ରହିଥିଲେ। ନିଜ ଅଞ୍ଚଳକୁ ଯିବା ଲାଗି ସେମାନେ ପଞ୍ଜୀକରଣ କରିଥିବାବେଳେ ଶନିବାର ସେମାନଙ୍କୁ ଘରକୁ ପଠାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।