Actor Navdeep, Co Founder C Space Along With Rakesh Rudravanka - CEO - C Space
ଓ୍ବାଶିଂଟନ୍,୨୦।୫(ଆଇଏଏନ୍ଏସ୍): ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ମହାକାଶରେ ରୋବୋର ହାର୍ଡଓ୍ବେର ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନିକଟ ଭବିଷ୍ୟତରେ ଇଣ୍ଟରନ୍ୟାଶ୍ନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ର ସୁରକ୍ଷା କରାଯାଇପାରିବ। ବମ୍ବଲ ନାମକ ଏହି ରୋବୋ ୩ଟି ଆଷ୍ଟ୍ରୋବି ରୋବୋ ମଧ୍ୟରୁ ଅନ୍ୟତମ। ଏହା ସ୍ବୟଂଚାଳିତ ଭାବରେ ସ୍ପେସ୍ ଷ୍ଟେଶନ୍ରେ ଏହାର କାର୍ଯ୍ୟ ଜାରି ରଖିବ। ବମ୍ବଲ ଏବଂ ହନି ନାମକ ଅନ୍ୟ ଏକ ରୋବୋକୁ ଏପ୍ରିଲ ୧୭ରେ ଭର୍ଜିନିଆସ୍ଥିତ ନାସାର ଓ୍ବାଲପ୍ସ ଉଡାଣ ସ୍ଥଳରୁ ସ୍ପେସ୍ ଷ୍ଟେଶନ୍କୁ ଲଞ୍ଚ୍ କରାଯାଇଥିଲା। ଆବଶ୍ୟକ ପଡିଲେ ଏଭଳି ରୋବୋ ଆପେ ଆପେ ଡକିଂ ଷ୍ଟେଶନ୍କୁ ଆସି ନିଜସ୍ବ ବ୍ୟାଟେରି ରିଚାର୍ଜ କରିପାରିବେ ବୋଲି ଆମେରିକାର ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଷ୍ଟ୍ରୋବି ହେଉଛି ଏକ ମୁକ୍ତ ଉଡାଣ ବ୍ୟବସ୍ଥା। ଏହା ସ୍ପେସ୍ ଷ୍ଟେଶନ୍ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଉକ୍ତ ସିଷ୍ଟମରେ ୩ ରୋବୋ ଏବଂ ଡକିଂ ଷ୍ଟେଶନ୍ ଅନ୍ତର୍ଭୁକ୍ତ ଅଛି। ମହାକାଶ ଗବେଷଣା କ୍ଷେତ୍ରରେ ରୋବୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଚନ୍ଦ୍ର ଏବଂ ଅନ୍ତରୀକ୍ଷ ଅଭିଯାନ ପାଇଁ ସହାୟକ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି।