ମହାକାଳପଡ଼ା,୧୭ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ରବିବାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବ୍ଲକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବ୍ଲକରେ ଶୁକ୍ରବାର ୮ଜଣ ଚିହ୍ନଟ ହୋଇଥିବା ବେଳେ ରବିବାର ଆଉ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ ଚିକିତ୍ସିତ ହେଉଛନ୍ତି।