CHENNAI,APRIL 13 (UNI):-" LIVE SURGERY OF GLUED IOL INTO USA: AN INDIAN EYE SURGERY TEHNIQUE" A brain chaild of Dr Agarwal's Eye Hospital telecasted first time from Chennai to "Georgetown University Anterior Segment symposium" held in Washington DC,USA.UNI PHOTO-37U
ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜାଗୃତି ବିହାର ସେକ୍ଟର ନିକଟରେ ଦୃତ ଗତିରେ ଆସୁଥିବା କାରଟି ରାସ୍ତାରେ ଯାଉଥିବା ଏକ ରିକ୍ସାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରିକ୍ସା ଚାଳକ ଅଖତର(୪୫) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଅଖତରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ କାରଣ ଜାଣିବା ପାଇଁ ଡ୍ୟୁଟିରେ ଉପସ୍ଥିତ ଥିବା ସର୍ଜରୀ, ଅର୍ଥୋପେଡ଼ିକ୍ସର ଜୁନିୟର ରେସିଡେନ୍ସ ଡାକ୍ତର ଓ ଇଏମ୍ଓ ମୃତ ବ୍ୟକ୍ତିଙ୍କ ଶରୀରର ଏକ୍ସରେ କରିଥିଲେ। ତେବେ ଏହି ଘଟଣା ପ୍ରଘଟ ହେବା ପରେ ସର୍ଜରୀ, ଅର୍ଥୋପେଡ଼ିକ୍ସର ଜୁନିୟର ରେସିଡେନ୍ସ ଡାକ୍ତର ଓ ଇଏମ୍ଓଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଏବେ ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କ ପ୍ରତିକ୍ରିୟା ଆସିନାହିଁ। ତେବେ ଜବାବ ଆସିବା ପରେ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।