ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା: ଯୁବକଙ୍କୁ ହରାଇବାକୁ ପଡ଼ିଲା ନିଜର ଗୁପ୍ତାଙ୍ଗ

ସାହଜାହଁ।ପୁର,୨୨।୫: ଉତ୍ତରପ୍ରଦେଶ ସାହଜହଁ।ପୁରରେ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା କରିବା। କିନ୍ନରମାନେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଉକ୍ତ ସହରର ୨୦ ବର୍ଷୀୟ ଯୁବକ ଜନପଦ ଫରୁଖାବାଦର ୩ଜଣ କିନ୍ନରଙ୍କ ସହ ବନ୍ଧୁତାସ୍ଥାପନ କରିଥିଲେ। ଯୁବକ ଜଣଙ୍କ ବିବାହରେ ଯାଇ ନାଚିବାକୁ ବେଶ୍‌ ପସନ୍ଦ କରୁଥିବା ବେଳେ କିଛି କିନ୍ନରଙ୍କୁ ଏହା ଭଲ ଲାଗି ନ ଥିଲା। କିଛି ଦିନ ପୂର୍ବରୁ ତାଙ୍କୁ କିନ୍ନର କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଜାଣି ଯୁବକ ସେମାନଙ୍କ ସହ ବନ୍ଧୁତା କାଟି ଦେଇଥିଲେ। ହେଲେ ୧୦ଦିନ ପୂର୍ବରୁ ୩ଜଣ କିନ୍ନର ତାଙ୍କ ଘରକୁ ଆସି ଏକ ବିବାହରେ ଯିବାକୁ କହି ପୀଡ଼ିତଙ୍କୁ ଫରୁଖାବାଦକୁ ନେଇଯାଇଥିଲେ। ସେଠାରେ ଥିବା ତାଙ୍କ ଘରେ ତାଙ୍କୁ ବନ୍ଦୀ କରି ବହୁ ମାରପିଟ କରିବା ସହ ନିଶାଦ୍ରବ୍ୟ ଖୁଆଇ ତାଙ୍କର ଗୁପ୍ତାଙ୍ଗକୁ କାଟିଦେଇଥିଲେ। ଏହାପରେ ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ କରି ରଖିଥିବା ବେଳେ ସୁଯୋଗ ଦେଖି ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ। ପରିବାର ଲୋକଙ୍କୁ ଏହି ଘଟଣା ବାବଦରେ ଜଣାଇବା ପରେ ଏନେଇ ଥାନାରେ ସେ ଅଭିଯୋଗ କରିଥିଲେ। ପୋଲିସ ପୀଡ଼ିତ ଯୁବକଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟର ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।