NDICtuvt˜> Ctsvt fuU vqJo rs˜tÆgG CdJtl=tm mcltle fuU mt: mk; fwUrxgt st;é mtÆJe ŒÒtt> VUtuxtu-lRo=wrlgt ------- mkckr"; Fch--vmk= fUe mex lné rb˜lu vh mtÆJe ŒÒtt rJbtl bü ne "hlu vh ciXé, 20 rblx ct= W;hé
ଭୋପାଳ,୨୨।୧୨: ସ୍ପାଇସ୍ ଜେଟ୍ ବିମାନରେ ମନ ପସନ୍ଦର ସିଟ୍ ନ ମିଳିବାରୁ ଭାଜପା ଏମ୍ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍ ଧାରଣା ଦେଇଥିବା କୁହାଯାଉଛି। ବିମାନଟି ଦିଲ୍ଲୀରୁ ଭୋପାଳ ଯାଉଥିଲା। ଏଥିରେ ପ୍ରଜ୍ଞାଙ୍କୁ ୨-ଏ ସିଟ୍ ଦିଆଯାଇଥିଲା। ତେବେ ପ୍ରୋଟୋକଲ ଅନୁସାରେ ତାଙ୍କୁ ଏ-୧ ସିଟ୍ ଦିଆଯାଉ ବୋଲି ପ୍ରଜ୍ଞା ଚାହୁଁଥିଲେ। ସନ୍ଧ୍ୟା ୭ଟାରେ ବିମାନ ରାଜାଭୋଜ ବନ୍ଦରରେ ଅବତରଣ କରିଥିଲା। ପ୍ରଜ୍ଞା ୨୦ ମିନିଟ୍ ପର୍ଯ୍ୟନ୍ତ ବିମାନରୁ ବାହାରି ନ ଥିଲେ। ବିମାନ କର୍ମଚାରୀ ତାଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ମାତ୍ର ପ୍ରଜ୍ଞା ମନା କରିଥିଲେ। ଏହାପରେ ବନ୍ଦର ନିର୍ଦ୍ଦେଶକ ଅନୀଲ ବିକ୍ରମ ବିମାନରେ ପହଞ୍ଚି ପ୍ରଜ୍ଞାଙ୍କୁ ଅନୁରୋଧ କରିବା ପରେ ସେ ବିମାନରୁ ଓହ୍ଲାଇ ଥିଲେ। ପ୍ରଜ୍ଞା ଧାରଣ ଦେବାରୁ ବିମାନଟି ୨୦ ମିନିଟ୍ ବିଳମ୍ବରେ ଭୋପାଳରୁ ଦିଲ୍ଲୀ ଉଡ଼ାଣ କରିଥିଲା। ସେ ସ୍ପାଇସ୍ ଜେଟ୍ ବିରୋଧରେ ଅଭିଯୋଗ କରିଥିବା କୁହାଯାଉଛି। ତେବେ ପ୍ରଜ୍ଞା ଧାରଣା ଦେଇ ନ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କହିଛନ୍ତି।