ମନ୍ଦିର ଭଙ୍ଗାରୁଜା ଘଟଣା: ଦିଲ୍ଲୀ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ଶାହ

ନୂଆଦିଲ୍ଲୀ, ୩।୭: ଦିଲ୍ଲୀର ହୌଜକାଜି ଅଞ୍ଜଳରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବଂ ମନ୍ଦିର ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହ। ଏହି ଘଟଣାରେ ପୋଲିସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି ଶାହ କହିଛନ୍ତି। ଏଭଳି ଘଟଣାକୁ ସେ କଡା ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଚାନ୍ଦିନି ଚୌକ ଅଞ୍ଚଳରେ ଏକ ଗାଡି ପାର୍କିଂକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଝଗଡା ଲାଗିଥିଲା। ଝଗଡା ଏତେ ମାତ୍ରାରେ ବଢିିଥିଲା ଯେ, ସେଠାରେ ଥିଲା ଏକ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା।

Share