Saharanpur: Bhim Army chief Chandrashekhar Azad being released from Saharanpur Jail, in Saharanpur, Friday, Sept 14, 2018. Azad was arrested from Himachal Pradesh's Dalhousie in June last year in connection with the May 5 caste violence in which one person was killed and 16 others were injured at Shabbirpur village in Saharanpur. (PTI Photo) (PTI9_14_2018_000121B)
ନୂଆଦିଲ୍ଲୀ, ୨୩ା୮(ପି.ଟି.):ଦିଲ୍ଲୀ ପୋଲିସ ତୋଗଲକବାଦ୍ଠାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ସମେତ ୯୬ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଏମାନେ ବେଆଇନ ଭାବେ ଏକାଠି ହୋଇ ଦଙ୍ଗାସମ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ରବି ଦାସ ମନ୍ଦିର ଭଙ୍ଗାଯିବାକୁ ଦଳିତମାନେ ବିରୋଧ କରିବା ସହ ହିଂସାକାଣ୍ଡ ରଚିିଥିଲେ। ପରିସ୍ଥିତି ଉପରେ କାବୁ ପାଇବା ଲାଗି ପୋଲିସକୁ ମୃଦୁ ଲାଠିଚାଳନା ସହ ଲୁହବୁହା ଗ୍ୟାସ ଛାଡ଼ିିବାକୁ ପଡ଼ିଥିଲା। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଦକ୍ଷିଣାଞ୍ଚଳ ରେଞ୍ଜର ଯୁଗ୍ମ ପୋଲିସ କମିଶନର ଦେବେଶ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି। ଦିଲ୍ଲୀ ଡେଭେଲପ୍ମେଣ୍ଟ ଅଥରିଟି(ଡିଡିଏ) ପକ୍ଷରୁ ଗତ ୧୦ରେ ଏଠାରେ ଥିବା ରବି ଦାସ ମନ୍ଦିର ଭଙ୍ଗାଯାଇଥିବାବେଳେ ଦଳିତମାନେ ଏହାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ କରିଥିଲେ। ବିକ୍ଷୋଭକାରୀମାନେ ୨ ମୋଟରସାଇକେଲ ପୋଡ଼ିଦେବା ସହ କାର୍ ଓ ପୋଲିସ ଗାଡ଼ିକୁ ଆକ୍ରମଣ କରି ଭାଙ୍ଗି ପକାଇଥିଲେ। ଏହି ଘଟଣାରେ ଜଣେ ପୋଲିସ ମଧ୍ୟ ଆହତ ହୋଇଥିଲେ। ମନ୍ଦିର ଭଙ୍ଗା ପରେ ବି ଏବେ ସେଠାରେ ବିକ୍ଷୋଭ ଜାରି ରହିଛି। ବିକ୍ଷୋଭକାରୀମାନେ ତୋଗଲକବାଦରେ ମନ୍ଦିର ନିର୍ମାଣ ଲାଗି ଜମି ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି। ଏହାକୁ ନେଇ ହିଂସା ବଢିବାରୁ ବହୁ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି।