New Delhi: Prime Minister Narendra Modi presenting a book to President of Kyrgyzstan Almazbek Sharshenovich Atambayev during their joint statement at Hyderabad House in New Delhi on Tuesday. PTI Photo by Subhav Shukla(PTI12_20_2016_000153B)
ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍ ମେମ୍ବରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ମନୁ ଜୋଶେଫ ଓ ତାଙ୍କ ଟିମ୍ ଚାଇନାର ଉହାନ ସହରରେ କରୋନା ଭାଇରସ ଯୋଗୁ ଭୟଭୀତ ହୋଇ ରହିଥିବା ଭାରତୀୟଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଭାରତ ଆସିବାରେ ସାହାଯ୍ୟ କରିଥିଲେ। ପରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ମଧ୍ୟ ଏମାନେ ସାହାଯ୍ୟ କରିଥିଲେ। ସୂଚନାଯୋଗ୍ୟ, କରୋନା ଭାଇରସରେ ଚାଇନାରେ ଏବେ ସୁଦ୍ଧା ୧୭ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ଅଛନ୍ତି।