ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ

ଗ୍ବାଲିୟର,୫ା୯: ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଳନାଥ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ଆବଶ୍ୟକ ବୋଲି ଦଳର ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କହିଛନ୍ତି। ଏଥିସହିତ ସରକାରରେ କେହି ଯେପରି ହସ୍ତକ୍ଷେପ ନ କରନ୍ତି ତାହା ନିଶ୍ଚିତ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ରାଜ୍ୟ ସରକାରରେ ହସ୍ତକ୍ଷେପ କରି ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଜଙ୍ଗଲ ବିଭାଗ ମନ୍ତ୍ରୀ ଉମଙ୍ଗ ସିଙ୍ଘାର ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସେ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଜଣାଇଥିଲେ।