Image processed by CodeCarvings Piczard ### FREE Community Edition ### on 2019-05-26 14:07:55Z | http://piczard.com | http://codecarvings.comÿÿÿõ®ÿ
ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍ପିଣ୍ଡ, କିଡ୍ନୀ ଆଦି ରୋଗର ଶିକାର ହୋଇଥାନ୍ତି। ମଧୁମେହକୁ ନିୟନ୍ତ୍ରଣ କରିବାରେ ପିଆଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିରେ ଥିବା ଫ୍ଲାବୋନାଇଡ୍ସ ରକ୍ତ ଶର୍କରାର ମାତ୍ରା କମ୍ କରିଥାଏ।
ପିଆଜରେ ଅଧିକ ପରିମାଣର ଫାଇଭର୍ ଥାଏ। ଯାହାକୁ ଖାଇବା ମାତ୍ରେ ରକ୍ତଶର୍କରା ନିୟନ୍ତ୍ରିତ ହୋଇଥାଏ।
ପିଆଜରେ କାର୍ବୋହାଇଡ କମ୍ ଥିବାରୁ ଏହା ମଧୁମେହକୁ ନିୟନ୍ତ୍ରଣ କରିଥାଏ।
ମଧୁମେହ ରୋଗୀ ପିଆଜର ସାଲାଡ୍ ଓ ସୁପ୍ ପିଇବା ଉଚିତ୍। ତେବେ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଜରୁରୀ।