ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି

ଜି.ଉଦୟଗିରି,୧୬ା୯(ଡି.ଏନ.ଏ.)-ଜି.ଉଦୟଗିରି ଥାନା ଅଞ୍ଚଳର କଳିଙ୍ଗା ଠାରେ ଅବାଧ ମଦ କାରବାର ଚାଲିଛି। ଏସବୁ ମଦ ବିକ୍ରିକୁ ଦଳମତ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଳିଙ୍ଗା ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜି.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି। କଳିଙ୍ଗା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଞ୍ଚଳ କରିବା ସହିତ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଜି.ଉଦୟଗିରି ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ମହିଳା ଏସ୍‌ଆଇ କୈଶଲ୍ୟା ବେହେରାଙ୍କୁ ପଚାରିବାରୁ ମହିଳାମାନେ କଳିଙ୍ଗାରେ ମଦ ବିକ୍ରି ବନ୍ଦ କରିବାକୁ କହିବାକୁ ଆସିଥିଲେ। ଆମେ ଏହା ଭିତରେ କଳିଙ୍ଗାର ତିନୋଟି ଜାଗାରେ ଚଢ଼ାଉ କରି ମଦଭାଟି ବନ୍ଦ କରିଛୁ। ଯଦି ଅନ୍ୟକେଉଁଠି ମଦ ବିକ୍ରି ହେଉଥିବ ତେବେ ତୁରନ୍ତ ବନ୍ଦ କରାଯିବ ବୋଲି ସେ କହିଥିଲେ।

Share
Tags: ganjam