ମଦ ନିଶାରେ ହାତରେ ୪ ବନ୍ଧୁକ ଧରି ନାଚିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଡେରାଡୁନ୍‌,୧୦।୭: ଉତ୍ତରାଖଣ୍ଡର ଭାଜପା ବିଧାୟକ କୁଓ୍ବଁର ପ୍ରଣବ ସିଂ ଚମ୍ପିୟନ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମଦ ନିଶାରେ ଚୁର୍‌ ହୋଇ ପ୍ରଣବ ହାତରେ ୪ଟି ବନ୍ଧୁକ ଧରି ନାଚୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ ହୋଇଛି। ନିଜ ଗୋଡ଼ର ଅପରେଶନ୍‌ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ପ୍ରଣବ ନିଜ ୩-୪ ଜଣ ସମର୍ଥକଙ୍କ ସହିତ ଲାମ୍ବା ଲାମ୍ବା ଘୁଙ୍ଗଟ୍‌ କାହେ କୋ ଡାଲା… ଗୀତର ତାଳେତାଳେ ନାଚୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।