Brown puppies lying on the floor,Stray dog
ଭଣ୍ଡାରିପୋଖରୀ, ୨୨।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ରୋଡ୍ ଅଞ୍ଚଳରେ ମଙ୍ଗଳବାର ସକାଳେ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
ସକାଳୁ ଦୁଇଟି କୁକୁର ଯାହାକୁ ଦେଖିଲେ କାମୁଡିବା ଆରମ୍ଭ କରିଦେଇଥିଲେ। ଏହାକୁ ଦେଖି ଭୟରେ ଲୋକମାନେ ଏଣେତେଣେ ଦୌଡିଥିଲେ। ଆହତମାନଙ୍କୁ ମଞ୍ଜୁରୀ ରୋଡ୍ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସାଲନିଆ, ଭଦ୍ରକ, ଯାଜପୁର ଆଦି ସ୍ଥାନକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।