ମଝି ଆକାଶରେ ଝଡ଼ରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ: ୧୭୨ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀରୁ କୋଚି ବନ୍ଦର ଦେଇ ଥିରୁଭାନନ୍ତପୁରମ୍‌ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନ ମଝି ଆକାଶରେ ଝଡ଼ରେ ଦୋହଲିବା ଆରମ୍ଭ କରିଥିଲା। ବିମାନରେ ଥିବା ସମାଗ୍ରୀ ତଳେ ପଡ଼ିବାକୁ ଆରମ୍ଭ କରିଥିଲା। ଏନେଇ ବିମାନରେ ଥିବା ୧୭୨ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପାଇଲଟ୍‌ ବିମାନର ଜରୁରୀକାଳୀନ ଅବତରଣ କରାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବିମାନର ସାମାନ୍ୟ କ୍ଷତି ହୋଇଥିବା ଏୟାରଲାଇନ୍ସ୍‌ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ଗତ ଶୁକ୍ରବାର ଘଟିଥିଲା। ବିମାନର ଯାଞ୍ଚ୍‌ କରାଯାଇ ପରେ ୪ ଘଣ୍ଟା ବିଳମ୍ବରେ ଏହା ଉଡ଼ାଣ ଆରମ୍ଭ କରିଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୧୭ରେ ଦିଲ୍ଲୀରୁ ବିଜୟଓ୍ବାଡ଼ା ଯାଉଥିବା ବିମାନ ଏ-୩୨୦ ମଧ୍ୟ ମଝି ଆକାଶରେ ବଜ୍ରାଘାତ ଦୋହଲିବାକୁ ଆରମ୍ଭ କରିଥିଲା। ଏଥିରେ କ୍ୟାବିନ୍‌ କ୍ରୁର ଜଣେ ସଦସ୍ୟ ଆହତ ହୋଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ।

Share