Singapore: Ferrari driver Sebastian Vettel of Germany celebrates with the trophy after winning the Singapore Formula One Grand Prix, at the Marina Bay City Circuit in Singapore, Sunday, Sept. 22, 2019. Leclerc finished second as AP /PTI Photo (AP9_22_2019_000173B)
ସିଙ୍ଗାପୁର, ୨୩।୯(ଏଏଫପି)- ଫେରାରୀର ସେବାଷ୍ଟିଆନ ଭେଟେଲ ରବିବାର ଅନୁଷ୍ଠିତ ସିଙ୍ଗାପୁର ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧ ବର୍ଷ ଟାଇଟଲ ଶୂନ୍ୟତାର ଅନ୍ତ ଘଟାଇ ଭେଟେଲ ଏଠାରେ ଚାମ୍ପିୟନ ହୋଇଛନ୍ତି। ଭେଟେଲଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅନ୍ୟତମ ଫେରାରୀ ଡ୍ରାଇଭର ତଥା ପୋଲ ପୋଜିଶନର ଅଧିକାରୀ ଚାଲର୍ସ ଲେକ୍ରେକ୍। ମାତ୍ର ୪ ଥର ବିଶ୍ୱ ଚାମ୍ପିୟନ ଭେଟେଲ ଅଭିଜ୍ଞତାର ଉପଯୋଗ କରି ବାଜି ମାରିଛନ୍ତି। ରେଡ୍ବୁଲ୍ର ମ୍ୟାକ୍ସ ଭର୍ଷ୍ଟାପେନ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମର୍ସିଡିଜ୍ର ଲୁଇସ ହାମିଲଟନ, ଭାଲଟେରୀ ବୋଟ୍ଟାସ, ରେଡ୍ବୁଲ୍ର ଆଲେକଜାଣ୍ଡର ଆଲବନ, ମ୍ୟାକଲରେନର ଲାନ୍ଡୋ ନୋରିସ, ଟୋରୋ ରୋସୋର ପିଏରେ ଗାସ୍ଲେ, ରେନଲ୍ଟର ନିକୋ ହକେନବର୍ଗ ଓ ଆଲ୍ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଟପ୍-୧୦ ଫିନିଶ୍ କରିଛନ୍ତି। ଏହି ରେସ୍ପରେ ମର୍ସିଡିଜ୍ର ହାମିଲଟନ ୨୯୬ ପଏଣ୍ଟ ସହିତ ଡ୍ରାଇଭର ଷ୍ଟାଣ୍ଡିଂରେ ପ୍ରଥମସ୍ଥାନ ବଜାୟ ରଖିଛନ୍ତି। ମର୍ସିଡିଜ୍ର ଅନ୍ୟତମ ଡ୍ରାଇଭର ବୋଟ୍ଟାସ ୨୩୧ ଏବଂ ଫେରାରୀର ଲେକ୍ରେକ ଓ ରେଡବୁଲ୍ର ଭର୍ଷ୍ଟାପେନ ୨୦୦ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ୨ୟରୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। କନ୍ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ମର୍ସିଡିଜ୍ ୫୨୭ ପଏଣ୍ଟ ସହିତ ପ୍ରଥମ ଏବଂ ଫେରାରୀ ୩୯୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।