Firefighters use flashlights to search for survivors among the debris of collapsed buildings after a landslide hit an industrial park in Shenzhen, Guangzhou, China, December 20, 2015. REUTERS/Tyrone Siu
ବେଜିଂ,୮।୩: ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେବି ସେଠାରେ କେତେଜଣଙ୍କୁ କରୋନା ଭାଇରସ ଥିବା ସନ୍ଦେହ କରି ପୃଥକ ଭାବେ ରଖାଯାଇଛି। ଫୁଜିଆନ ଅଞ୍ଚଳରେ ୮୦ ବଖରା ବିଶିଷ୍ଟ ଏକ ହୋଟେଲରେ କେତେଜଣ ସନ୍ଦିଗ୍ଧଙ୍କୁ ରଖାଯାଇଥିବା ବେଳେ ଉକ୍ତ ହୋଟେଲଟି ଶନିବାର ସନ୍ଧ୍ୟାରେ ଭୁଶୁଡି ପଡିଥିବା ଜଣାପଡଛି। ଏଥିରେ ଫସି ରହିଥିବା ପ୍ରାୟ ୪୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ଚାଇନାର ଗଣମାଧ୍ୟମ ସୂଚନା ଦେଇଛି। ହୋଟେଲର ଭଗ୍ନାବଶେଷ ମଧ୍ୟରେ ଆଉ କେତେଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଚାଇନାରେ ପ୍ରଥମକରି ଦେଖାଦେଇଥିବା କରୋନା ଭାଇରସରେ ଏବେସୁଦ୍ଧା ପ୍ରାୟ ୩,୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ଲୋକ ସଂକ୍ରମିତ ଥିବା କୁହାଯାଉଛି। ଏବେ ଏହା ଆଉ ଚାଇନାରେ ସୀମିତ ହୋଇ ନ ରହି ବିଶ୍ୱର ପ୍ରାୟ ୯୦ ଦେଶକୁ କାୟା ବିସ୍ତାର କରି ସାରିଲାଣି।