ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ

 

ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାର ଆଉ ଦୁଇଟି ଶାଖା ଶହୀଦନଗର ଓ ଜୟଦେବ ବିହାରଠାରେ ଖୋଲିଛି। ବିଭିନ୍ନ କିସମର ଦେଶୀ ଓ ବିଦେଶୀ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ କିସମର ଫୁଲ ଏଠାରେ ଉପଲବ୍ଧ ଅଛି। ଏଠାରେ ଅନ୍‌ଲାଇନ୍‌ରେ ମଧ୍ୟ ଫୁଲ ପାଇବାର ସୁବିଧା ରହିଛି। ଦୋକାନର ଦିଲୀପ ସରାଫ।

ମୁନ୍‌ଲାଇଟ୍‌ ଫ୍ଲୋରିଷ୍ଟ

ରାଜଧାନୀର ଏକ ଜଣାଶୁଣା ଫୁଲ ଦୋକାନ। କଳ୍ପନା ଛକ ନିକଟସ୍ଥ ଏହି ଦୋକାନ ୩୦ବର୍ଷ ତଳର। ପ୍ରାୟ ୩୫ କିସମର ଦେଶୀ ଓ ବିଦେଶୀ ଫୁଲ ଉପଲବ୍ଧ ଅଛି। ଏହାଛଡ଼ା ତୁଳସୀ ଓ ଫୁଲର ମାଳ, ଈଶ୍ୱରଜଟା ଆଦି ମିଳୁଛି। ବର୍ଷକ ୮ମାସ ଭଲ ବେପାର ହୋଇଥାଏ ବୋଲି ଦୋକାନୀ ମାଲିକ ବସନ୍ତ କୁମାର ରଣା କହିଛନ୍ତି।

କ୍ୟାପିଟାଲ ଫ୍ଲାଓ୍ବାର୍ସ

ଏହି ଫୁଲ ଦୋକାନଟି ଶହୀଦନଗରଠାରେ ରହିଛ। ୧୭ବର୍ଷ ତଳର ଏହି ଦୋକାନରେ ୨୫ କିସମର ଦେଶୀ ଓ ବିଦେଶୀ ଫୁଲ ମିଳୁଛି। ପୂଜା, ଜନ୍ମଦିନ ପାଇଁ ହେଉ କି ପାରିବାରିକ ଓ ସାମାଜିକ କାର୍ଯ୍ୟକ୍ରମ, ଲୋକେ ଫୁଲ ପାଇଁ ଏହି ଦୋକାନରେ ଅର୍ଡର ଦିଅନ୍ତି। ନଭେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ଭଲ ବ୍ୟବସାୟ ହୁଏ ବୋଲି ଦୋକାନୀ ମାଲିକ ପ୍ରଦୀପ କୁମାର ଜେନା କହିଛନ୍ତି।

ଜ୍ୟୋତି ଫ୍ଲୋରିଷ୍ଟ

ସୂର୍ଯ୍ୟନଗରଠାରେ ଅବସ୍ଥିତ ଏହି ଦୋକାନ ମଧ୍ୟ ପ୍ରାୟ ୨ ଦଶନ୍ଧି ତଳର। ଏହି ଦୋକାନରେ ୧୦ରୁ ଊର୍ଦ୍ଧ୍ୱ ଦେଶୀ ଓ ୨୫ରୁ ଊର୍ଦ୍ଧ୍ୱ ବିଦେଶୀ ଫୁଲ ଉପଲବ୍ଧ । ଅତିଥିମାନଙ୍କୁ କେଉଁ ପ୍ରକାର ଫୁଲ ଦେଲେ ସେମାନେ ଖୁସି ହେବେ ତାହା ଭଲଭାବେ ଜାଣିଛନ୍ତି ମାଲିକ ବିଭୁପ୍ରସାଦ ଶତପଥୀ।

Share