New Delhi: India's Vinesh Phogat (blue) fights against Japanese wrestler Mayu Mukaida in women's 53kg quarterfinal bout during Asian Senior Wrestling Championship at Indira Gandhi Stadium in New Delhi, Friday, Feb. 21, 2020. (PTI Photo/Ravi Choudhary) (PTI2_21_2020_000068B)
ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍ଲିଂ ଚାମ୍ପିୟନଶିପ୍ରେ ଭାରତୀୟ ମହିଳା ରେସ୍ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୫୩ କେଜି କାଟେଗୋରି ବ୍ରୋଞ୍ଜ ପଦକ ବାଉଟରେ ଭିନେଶ ୧୦-୦ରେ ଭିଏତ୍ନାମର ଲାଇ କ୍ୟୁଙ୍କୁ ହରାଇ ଦେଇଥିବାବେଳେ ଉଜ୍ବେକିସ୍ତାନର ସେଭୋରା ଏସମୁରାଟୋଭାଙ୍କ ବିପକ୍ଷରେ ବିଜୟ ହାସଲ କରି ଅଂଶୁ ପୋଡିୟମ ଫିନିଶ କରିଥିଲେ। ପୂର୍ବରୁ ଭିନେଶ ଜାପାନର ମେୟୁ ମୁଆକିଡାଙ୍କଠାରୁ ପରାଜିତ ହୋଇ ସ୍ବର୍ଣ୍ଣ ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ।