ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଯାଜପୁର ରୋଡ୍‌,୬।୧୨ (ନି.ପ୍ର.)- ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ(୫୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଜଗବନ୍ଧୁ ସକାଳେ ବିଲକୁ ଧାନ କାଟିବାକୁ ଯାଉଥିଲେ। ଏହି ସମୟରେ ୨ଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ରକ୍ଷା କରିବାକୁ ଯାଇ ଜଗବନ୍ଧୁ ଖୁବ୍‌ ଜୋରରେ ପାଟି କରି ଲୋକଙ୍କୁ ଡାକିଥିଲେ। ପାଟି ଶୁଣି ପାଖ ବିଲରୁ ଧାନ କାଟିବାକୁ ଆସିଥିବା ଲୋକେ ଦୌଡି ଆସି ଭାଲୁକୁ ଘଉଡାଇଥିଲେ। ପରେ ଜଗବନ୍ଧୁଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

Share
Tags: jajpur