Ahmedabad: Players of India (blue) and Syria (red) vie for the ball during 'Hero Intercontinental Cup 2019' match, in Ahmedabad, Tuesday, July 16, 2019. (PTI Photo) (PTI7_16_2019_000231B)
ଅହମ୍ମଦାବାଦ, ୧୭ା୭ (ପି.ଟି.)- ଭାରତ ଓ ସିରିଆ ମଧ୍ୟରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍ ମ୍ୟାଚ ୧-୧ ଗୋଲ୍ରେ ବରାବର ଭାବେ ଶେଷ ହୋଇଛି। ସ୍ଥାନୀୟ ଇକେଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚର ୫୨ତମ ମିନିଟ୍ରେ ୧୮ବର୍ଷୀୟ ସେଣ୍ଟ୍ରାଲ ଫରଓ୍ବାର୍ଡ ନରେନ୍ଦର ଗେହଲଟ ଏକ ଗୋଲ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। କିନ୍ତୁ ସିରିଆ ତରଫରୁ ଫିରାସ ଅଲ୍ ଖାତିବ ୭୮ତମ ମିନିଟ୍ରେ ଏକ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଏହି ଟୁର୍ନାମେଣ୍ଟରେ ଭାରତ ତାଜିକ୍ସ୍ତାନ ବିପକ୍ଷ ଏହାର ପ୍ରଥମ ମ୍ୟାଚ ୨-୪ ଏବଂ ଉତ୍ତର କୋରିଆ ବିପକ୍ଷରେ ୨-୫ ଗୋଲରେ ହାରିଯାଇଥିଲା। ମଙ୍ଗଳବାର ମ୍ୟାଚରେ ଗୋଟିଏ ପଏଣ୍ଟ ପାଇ ଦଳ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଭାରତ ଏହି ମ୍ୟାଚ ଡ୍ର’ ରଖିବା ଦ୍ୱାରା ସିରିଆର ଫାଇନାଲ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ଫାଇନାଲ ପାଇଁ ଯୋଗ୍ୟତା ହାସଲ ଲାଗି ଏହି ପଶ୍ଚିମ ଏସୀୟ ଦେଶକୁ ଗୋଟିଏ ବିଜୟ ଆବଶ୍ୟକ ପଡ଼ୁଥିଲା। ମତ୍ର ଦଳ ୩ଟି ମ୍ୟାଚରୁ ୪ ପଏଣ୍ଟ ସହ ଟେବୁଲରେ ତୃତୀୟ ସ୍ଥାରେ ରହିଥିଲା। ଅନ୍ୟପକ୍ଷରେ ତାଜିକ୍ସ୍ତାନ ଉତ୍ତର କୋରିଆ ପ୍ରତ୍ୟେକ ତିନୋଟି ମ୍ୟାଚରୁ ୬ ପଏଣ୍ଟ ଲେଖାଏଁ ହାସଲ କରି ଶନିବାର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ଗତବର୍ଷ ଟୁର୍ନାମେଣ୍ଟର ଉଦ୍ଘାଟନୀ ସଂସ୍କରଣର ଚାମ୍ପିୟନ ହୋଇଥିଲା।