NORTHAMPTON, ENGLAND - SEPTEMBER 13: West Indies pose for a team photograph before the NatWest Women's International T20 Series match between England Women and West Indies Women at Wantage Road on September 13, 2012 in Northampton, England. (Photo by Shaun Botterill/Getty Images)
ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୧୦(ପି.ଟି.) : ଆସନ୍ତା ମାସରେ ହେବାକୁଥିବା ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରବିବାର ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଦଳକୁ ଅଭିଜ୍ଞ ଶେମାଇନ କ୍ୟାମ୍ପବେଲ ଓ ଚିଡିଅନ ନେସନଙ୍କୁ ଡାକରା ଦିଆଯାଇଛି। ଏହି ଦୁଇ ଖେଳାଳି ଜୁନରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଖେଳିଥିଲେ ହେଁ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳିପାରି ନ ଥିଲେ। ଦଳରେ ନୂଆ ମୁହଁଭାବେ ଶାଓ୍ବନିଶା ହେକ୍ଟର ଓ ଅଲରାଉଣ୍ଡର ଆଲିୟା ଆଲେନଙ୍କୁ ସାମିଲ କରାଯାଇଛି। ଦଳର ନିୟମିତ ଅଧିନାୟିକା ଷ୍ଟାଫାନି ଟେଲର ଭାରତ ବିପକ୍ଷରେ ମଧ୍ୟ ଦଳର ନେତୃତ୍ୱ ନେବେ। ତେବେ ଗତ ଫେବୃୟାରୀରୁ ଆହତ ଥିବା ଡେଣ୍ଡ୍ରା ଟୋଟ୍ଟିନ ଏଥର ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ବେଶ୍ ସନ୍ତୁଳିତ ବୋଲି ମହିଳା ଚୟନ କମିଟି ମୁଖ୍ୟ ଆନ୍ ବ୍ରାଉନ୍-ଜନ ପ୍ରକାଶ କରିଛନ୍ତି। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ଆଣ୍ଟିଗୁଆରେ ନଭେମ୍ବର ୧ରେ ପ୍ରଥମ ଦିନିକିଆ ଖେଳି ଅଭିଯାନ ଆରମ୍ଭ କରିବେ।
ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ: ଷ୍ଟାଫାନି ଟେଲର(ଅଧିନାୟିକା), ଅନିସା ମହମ୍ମଦ, ଆଲିୟା ଆଲେନ, ଆଫି ଫ୍ଲେଚର, ବ୍ରିଟ୍ନି କୁପର, ଚିଡିଅନ ନେସନ, ଚିନେଲି ହେନରି, ଷ୍ଟାସି-ଆନ୍ କିଙ୍ଗ୍, କିଶୋନା ନାଇଟ୍, ନତାଶା ମ୍ୟାକଲିନ, ଶାବିକା ଗଜନବି, ଶାଓ୍ବନିଶା ହେକ୍ଟର, ଶେମାଇନ କ୍ୟାମ୍ପବେଲ, ଶେନେଟା ଗ୍ରିମଣ୍ଡ।