New Zealands Hamish Bennett (C) celebrates the wicket of Indias Rohit Sharma during the third Twenty20 cricket match between New Zealand and India at Seddon Park in Hamilton on January 29, 2020. (Photo by MICHAEL BRADLEY / AFP) (Photo by MICHAEL BRADLEY/AFP via Getty Images)
ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା ନ୍ୟୁଜିଲାଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଦଳର ୩ ପ୍ରମୁଖ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ ଓ ମ୍ୟାଟ୍ ହେନରୀଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ ଲାଗି ଦଳରେ ସ୍ଥାନ ମିଳିନାହିଁ। ନବାଗତ ବୋଲରଙ୍କୁ ନେଇ କିଓ୍ବି ଦଳ ଏହି ସିରିଜ ଖେଳିବ। କାଏଲ୍ ଜେମିସନ ଦିନିକିଆ ପଦାର୍ପଣ କରିବାର ସମ୍ଭାବନା ରହିଥିବାବେଳେ ସ୍କଟ୍ କଗେଲେଇଜନ ଓ ହାମିଶ ବେନେଟ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଟିମ୍ ସୌଦୀ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ। ସେହିଭଳି କଲିନ୍ ଡି ଗ୍ରାଣ୍ଡହୋମ୍ ଦଳକୁ ଫେରିଛନ୍ତି। ଜିମ୍ମି ନିଶାମ ଓ ମିଚେଲ ସାଣ୍ଟନର ଅଲ୍ରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ତେବେ ଲେଗ୍-ସ୍ପିନର ଇଶ୍ ସୋଧୀଙ୍କୁ କେବଳ ପ୍ରଥମ ଦିନିକିଆ ଲାଗି ଦଳରେ ସ୍ଥାନ ମିଳିଛି। ଏହାପରେ ସେ ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ ଲାଗି ଦଳରୁ ରିଲିଜ ହେବେ। ଭ୍ରମଣକାରୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୫ରୁ ହାମିଲଟନ୍ରେ ଆରମ୍ଭ ହେବ।
ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ବିଲିୟମସନ (ଅଧିନାୟକ), ହାମିଶ ବେନେଟ୍ଟ, ଟମ୍ ବ୍ଲଣ୍ଡେଲ, କଲିନ ଡି ଗ୍ରାଣ୍ଡହୋମ୍, ମାର୍ଟିନ ଗୁପ୍ଟିଲ, କାଏଲ୍ ଜେମିସନ, ସ୍କଟ୍ କଗ୍ଲେଇଜନ, ଟମ୍ ଲଥାମ୍, ଜିମ୍ମି ନିଶାମ, ହେନରୀ ନିକୋଲାସ, ମିଚେଲ ସାଣ୍ଟନର, ଇଶ୍ ସୋଧୀ (ପ୍ରଥମ ଦିନିକିଆ), ଟିମ୍ ସୌଦୀ ଓ ରସ୍ ଟେଲର।