NAPIER, NEW ZEALAND - FEBRUARY 13: Tom Latham of New Zealand during Game 1 of the One Day International series between New Zealand v Bangladesh at McLean Park on February 13, 2019 in Napier, New Zealand. (Photo by Kerry Marshall/Getty Images)
ଅକ୍ଲାଣ୍ଡ, ୯।୧- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଟମ୍ ଲଥାମ ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ୩ୟ ଟେଷ୍ଟ ମ୍ୟାଚ୍ର ୪ର୍ଥ ଦିବସରେ କ୍ୟାଚ୍ ଧରୁଥିବାବେଳେ ଲଥାମଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିଲା। ଏହାସତ୍ତ୍ୱେ ଭଙ୍ଗା ଆଙ୍ଗୁଠିରେ ବ୍ୟାଟିଂ କରି ମାତ୍ର ୧ ରନ ସଂଗ୍ରହ କରିଥିଲେ। ତାଙ୍କୁ ୪ ସପ୍ତାହ ବିଶ୍ରାମ ନେବା ପାଇଁ କୁହାଯାଇଛି। ନ୍ୟୁଜିଲାଣ୍ଡ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରୀ ଷ୍ଟେଡ୍ କହିଛନ୍ତି, ଲଥାମ ପାଖାପାଖି ୪ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବେ। ଫଳରେ ସେ ଭାରତ ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ଜାନୁୟାରୀ ୨୪ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିପାରିବେ ନାହିଁ। ଏପରିକି ଫେବୃୟାରୀ ୨୧ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତ ୫ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି।