±â ¼Ò¸£¸Á ÀÎÅͺä. Á¶¼±È£ÅÚ. Park Hyun Koo/ 2018.04.18
ନୂଆଦିଲ୍ଲୀ,୩୦-୧୨: ଭାରତୀୟ ଉଦ୍ୟୋଗୀଙ୍କୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ହଠାତ ସରକାରଙ୍କ ସଂସ୍କାରଧାରା ଏବେ ଅଧାରରେ ଅଟକିଛି। ସରକାରଙ୍କ ଫୋକସ ଏବେ ରାଜନୈତିକ ପ୍ରସଙ୍ଗ ଉପରକୁ ଚାଲିଯିବାରୁ ଏହା ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଏଥି ଲାଗି ଉଭୟ ଘରୋଇ ଏବଂ ବିଦେଶର ନିବେଶକମାନେ ଭୟଭୀତ ହୋଇ ଭାରତରେ ନିବେଶ ଲାଗି ମୁହଁ ମୋଡୁଥିବା ଫ୍ରାନ୍ସ ଅର୍ଥନୀତିଜ୍ଞ ଗାଏ ସୋରମାନ ମତ ଦେଇଛନ୍ତି।
ସୋରମାନ ଅର୍ଥନୀତି ସହ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଇକୋନୋମିକ୍ସ ଡଜ୍ ନଟ୍ ଲାଏ, ଏ ଡିଫେନ୍ସ ଅଫ୍ ଫ୍ରି ମାର୍କେଟ ଇନ୍ ଏ ଟାଇମ ଅଫ୍ କ୍ରାଇସିସ ଭଳି ପୁସ୍ତକ ସାମିଲ ରହିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ସଂରକ୍ଷଣବାଦ ଦୃଢ ହେଉଛି। ମୋଦି ପ୍ରଥମେ ଉଦ୍ୟୋଗୀଙ୍କୁ ପ୍ରାଥମିକତା ଦେବା ସ୍ବରୂପ ଏକ ଭାରତକୁ ଏକକ ବଜାର, ଲାଇସେନ୍ସ ରାଜ ବନ୍ଦ କରିବା, ଦୁର୍ନିତୀ ବିରୋଧି ପଦକ୍ଷେପ ଏବଂ ମେକ୍ ଇନ ଇଣ୍ଡିଆ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ମାତ୍ର ହଠାତ ଏହା ଅଧାରେ ରହି ଯାଇଛି। ସରକାର ଏବେ ନିଜେ ଅର୍ଥନୈତିକ ଏଜେଣ୍ଡାରୁ ଧ୍ୟାନ ହଟାଇ ଦେଇଛନ୍ତି। ସରକାର ରାଜନୈତିକ ପ୍ରସଙ୍ଗ ଉପରେ ଏବେ ଅଧିକ ଫୋକସ କରୁଥିବାରୁ ଭାରତ ଏବଂ ମୋଦି ସରକାରଙ୍କ ଲାଗି ଏହା ଏକ ପ୍ରତିଛବି ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଛନ୍ତି।
ବର୍ତ୍ତମାନ ସ୍ଥିତିରେ ହିନ୍ଦୁତ୍ୱ ଏବଂ ନାଗରିକତ୍ୱ ଆଇନ ନେଇ ସେ କିଛି ମତ ଦେବାକୁ ଚାହଁୁ ନ ଥିବା କହିଛନ୍ତି। ଏହା ତାଙ୍କର ପରିସର ବାହାରେ ଥିବା ସେ ପ୍ରକାଶ କରିଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଚାଲୁଥିବା ବେଳେ ଭାରତର ଅର୍ଥନୀତିକୁ ନେଇ ଚିନ୍ତିତ ଥିବା ସେ ମତ ଦେଇଛନ୍ତି। ନିବେଶ ଏବଂ ଅନୁଷ୍ଠାନଗୁଡିକର ବିଶ୍ୱାସ ପ୍ରସଙ୍ଗ ଦୃଢ ଭାବେ ଜଡିତ ରହିଥିବା ପ୍ରାୟ ଅଧିକାଂଶ ବିଶ୍ୱାସ କରି ନ ଥାନ୍ତି। ସେହିଭଳି ପରିସଂଖ୍ୟାନ ଉନ୍ନତ ଡାଟାର ଅଭାବ, ଜିଡିପି ମାପିବା ଲାଗି ଭାରତରେ ଠିକ୍ ପଦ୍ଧତିକୁ ନେଇ ସୋରମାନ ପ୍ରଶ୍ନ ଉଠାଇଛନ୍ତି। ଦେଶର ଅଭିବୃଦ୍ଧି ହାର ବର୍ତ୍ତମାନ ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ ସେପ୍ଟେମ୍ବର ତ୍ରୈମାସରେ ଏହା ୪.୫%କୁ ଖସିଛି। ମାନ୍ଦାବସ୍ଥା ଯୋଗୁ ଭାରତରେ ନିବେଶ, ଚାହିଦା ଏବଂ ନିଯୁକ୍ତି ମଧ୍ୟ କମିଛି।