Manchester: Indian players leave the field as umpires interact after rain stopped play during the Cricket World Cup semi-final match between India and New Zealand at Old Trafford in Manchester, England, Tuesday, July 9, 2019. AP/PTI(AP7_9_2019_000177B)
ମାଞ୍ଚେଷ୍ଟର, ୧୦।୭ (ପି.ଟି.)- ଏଠାରେ ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳଯାଉଥିବା ବେଳେ ବର୍ଷା ବାଧା ଦେଇଛି। ଖେଳ ଅଟକ ରଖାଯିବା ବେଳକୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଉଇକେଟ ବିନିମୟରେ ୨୧୧ ରନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଧିମା ରହିଥିଲା। ତେବେ ରସ ଟେଲରଙ୍କ ଅପରାଜିତ ୬୭ ରନ ଯୋଗୁ ଦଳ ୨୦୦ ରନ ଅତିକ୍ରମ କରିଥିଲା। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ କେନ୍ ଓ୍ବିଲିୟମସନ ଆଉଟ ହେବାପୂର୍ବରୁ ୯୫ ବଲ୍ରୁ ୬୭ ରନ କରିବାରେ ସମର୍ଥ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ: ୪୬.୧ ଓଭରରେ ୨୧୧/୫ (ରସ୍ ଟେଲର-୬୭*, କେନ୍ ଓ୍ବିଲିୟମସନ-୬୭, ହେନ୍ରୀ ନିକୋଲ୍ସ-୨୮; ଯଶପ୍ରୀତ ବୁମ୍ରା-୧/୨୫, ଭୁବନେଶ୍ୱର କୁମାର-୧/୩୦)।