South Africa's captain Faf du Plessis (L) and India's captain Virat Kohli toss the coin during Day One of the First Test match between South Africa and India in Cape Town, on January 5, 2018. / AFP PHOTO / GIANLUIGI GUERCIA
ପୁଣେ,୧୦।୧୦: ପୁଣେର ଏମସିଏ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହନୁମା ବିହାରୀଙ୍କ ସ୍ଥାନରେ ପେସ୍ ବୋଲର୍ ଉମେଶ ଯାଦବଙ୍କୁ ଟିମରେ ସ୍ଥାନ ମିଳିଛି। ସେହିପରି ଦକ୍ଷିଣ ଆଫ୍ରିକା ଦଳରେ ଡେନ୍ ପିଟ୍ଙ୍କ ସ୍ଥାନରେ ନୋତର୍ଜେଙ୍କୁ ନିଆଯାଛି। ପ୍ରଥମ ଟେଷ୍ଟକୁ ୨୦୩ ରନ୍ରେ ଜିତି ୩ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ଥିବା ବିରାଟ ବାହିନୀ ଦ୍ୱିତୀୟ ମ୍ୟାଚରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି।