ଭାରତ ଗସ୍ତରୁ ଓହରିଲେ ତାମିମ

ଢାକା,୨୬।୧୦(ପି.ଟି.): ବାଂଲାଦେଶ ଭାରତ ଗସ୍ତରେ ଆସୁଥିବା ବେଳେ ସିନିୟର ଓପନର ତାମିମ ଇକ୍‌ବାଲ ଏଥିରୁ ଓହରିଯାଇଛନ୍ତି। ତାଙ୍କ ସ୍ତ୍ରୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ସ୍ତ୍ରୀଙ୍କ ପାଖରେ ରହିବାକୁ ଇଚ୍ଛା ଜାହିର କରିଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟ ତାଙ୍କୁ ଏନେଇ ଅନୁମତି ଦେଇଛି। ତାମିମଙ୍କ ବଦଳରେ ବାମହାତୀ ବ୍ୟାଟ୍ସମ୍ୟାନ ଇମରୁଲ କାଏସଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିବି ତରଫରୁ ସୁଚନା ଦିଆଯାଇଛି। ଭାରତ ଗସ୍ତରେ ବାଂଲାଦେଶ ୩ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ ତାରିଖରୁ ଟି୨୦ ସିରିଜ ଆରମ୍ଭ ହେବ। ସେହପିରି ଇନ୍ଦୋରରେ ୧୪ରୁ ୧୮ ତାରିଖ ଓ କୋଲକାତାରେ ୨୨ରୁ ୨୬ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଘାତ ସମସ୍ୟା ଦେଇ ଗତି କରୁଥିବା ତାମିମ ଟି୨୦ ଦଳରେ ସ୍ଥାନ ପାଇଥିଲେ। ସେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଘରୋଇ ଟେଷ୍ଟ ଓ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିପାରି ନ ଥିଲେ। ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ପରେ ସେ ବିଶ୍ରମା ନେବାକୁ ଇଚ୍ଛା ପ୍ରକାଶ କରିଥିଲେ।
ବାଂଲାଦେଶ ଟି୨୦ ଦଳ: ସାକିବ ଅଲ ହାସନ (ଅଧିନାୟକ), ଲିଟନ ଦାସ, ଇମରୁଲ କାଏସ, ସୌମ୍ୟ ସରକାର,ମହମ୍ମଦ ନଇମ, ମୁସଫିକର ରହିବ, ମହମୁଦୁଲ୍ଲା, ଅଫିଫ୍‌ ହୋସେନ, ମୋସାଡେକ ହୋସେନ, ଅମିନୁଲ ଇସ୍‌ଲାମ, ଆରାଫତ ସନ୍ନୀ, ଅଲ- ଅମିନ ହୋସେନ, ମୁସ୍ତାଫିଜୁର ରହମାନ ଓ ଶଫିଉଲ ଇସଲାମ।

Share