Categories: Home Leftଖେଳ

ଭାରତ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରୁ ବାଦ୍‌ ପଡ଼ିଲେ ରବାଡା

ମେଲବୋର୍ନ,୨୯ା୨- କାଗିସୋ ରବାଡା ଆଗାମୀ ମାସରେ ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିପାରିବେ ନାହିଁ। ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରେ ସେ ଆହତ ହୋଇଛନ୍ତି। ୨୪ ବର୍ଷୀୟ ପେସରଙ୍କ ମାଂସପେଶୀ ଟାଣି ହୋଇଯାଇଛି। ତାଙ୍କ ବଦଳ ଖେଳାଳି ଏପର୍ଯ୍ୟନ୍ତ ଚୟନ କରାଯାଇ ନାହିଁ। ଆହତ ସମସ୍ୟା ଯୋଗୁ ରାବାଡା ୪ ସପ୍ତାହ କ୍ରିକେଟରୁ ଦୂରେଇ ରହିବେ ବୋଲି ଦକ୍ଷିଣ ଆଫ୍ରିକା ମେଡିକାଲ ଅଫିସର ଡ. ଶୁଇବ ମାଞ୍ଜରା କହିଛନ୍ତି। ଏହାର ଅର୍ଥାତ ଆଇପିଏଲ ପୂର୍ବରୁ ସେ ଫିଟ୍‌ ହୋଇଯିବେ। ଅନ୍ୟପକ୍ଷରେ ତେମ୍ବା ବାଭୁମା ଆହତ ସମସ୍ୟାରୁ ମୁକୁଳି ସାରିଛନ୍ତି। ଆହତ ଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରେ ଖେଳିପାରି ନ ଥିଲେ। କିନ୍ତୁ ଦିନିକିଆ ସିରିଜ୍‌ ପାଇଁ ଉପଲବ୍ଧ ରହିବେ।