ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ହେଲେ କେ. ନଟରାଜନ

ନୂଆଦିଲ୍ଲୀ,୩୦।୬: ରାଜେନ୍ଦ୍ର ସିଂଙ୍କ ସ୍ଥାନ ନେଲେ କେ. ନଟରାଜନ। ରବିବାର ନଟରାଚନଙ୍କୁ ୨୩ ତମ ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଓ୍ବେଷ୍ଟ ସି ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ। ଗୁଜରାଟରୁ କେରଳ ପର୍ଯ୍ୟନ୍ତ ଥିବା ସମୁଦ୍ର ସୀମାର ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ଇଣ୍ଡିଆନ୍‌ କୋଷ୍ଟ ଗାର୍ଡର ୫ମ ବ୍ୟାଚର ଅଧିକାରୀ ହେଉଛନ୍ତି ନଟରାଜନ। ଜାନୁୟାରୀ ୧୮, ୧୯୮୪ରେ ସେ ତଟରକ୍ଷି ବାହୀନିରେ ଯୋଗ ଦେଇଥିଲେ। ମାଡ୍ରାସ ୟୁନିର୍ଭସିଟିରୁ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ ଷ୍ଟଡିଜରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ନଟରାଜନ।