The logo of the Pakistan Electronic Media Regulatory Authority (PEMRA) is pictured outside an office building in Karachi, Pakistan July 10, 2019. Picture taken July 10, 2019. REUTERS/Akhtar Soomro
ଇସଲାମାବାଦ,୧୯।୮: ପାକିସ୍ତାନରେ ଭାରତୀୟ ଚ୍ୟାନେଲକୁ ବ୍ୟାନ କରାଯିବା ପରେ କରାଚିରେ ଥିବା ଗାର୍ଡନ କେବଳ ଟେଲିଭିଜନ ନେଟଓ୍ବର୍କ ଏହାକୁ ଅଣଦେଖା କରିଥିଲା। ସେ ଭାରତୀୟ ଚ୍ୟାନେଲ ପ୍ରସାରଣ କରୁଥିବା ଜାଣିବା ପରେ ପାକିସ୍ତାନ ଇଲକ୍ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି(ପିଇଏମ୍ଆର୍ଏ) ଏହାକୁ ଜବତ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଭାରତ ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ଚିନ୍ତିତ ହୋଇ ପଡିଥିବା ପାକିସ୍ତାନ ଭାରତ ସହ ଥିବା କିଛି ସମ୍ପର୍କକୁ କାଟି ଦେଇଥିଲା। ସେଥିମଧ୍ୟରେ ଗୋଟିଏ ଥିଲା ପାକିସ୍ତାନରେ କୌଣସି ଭାରତୀୟ ଚ୍ୟାନେଲ ପ୍ରସାରଣ ହୋଇପାରିବ ନାହିଁ। ଏହାସହ ଯେଉଁ ବିଜ୍ଞାପନରେ ଭାରତୀୟ କଳାକାର ରହିଥିବେ ତାହା ମଧ୍ୟ ପାକିସ୍ତାନରେ ପ୍ରଚାର ପ୍ରସାର ହେବ ନାହିଁ ବୋଲି ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିବା ସଫେଇ ଦେଇଥିଲା।