Categories: Home Leftଖେଳ

ଭାରତରେ ବିପକ୍ଷରେ ଟେଷ୍ଟ ନ ଖେଳିବା ଦୁର୍ଭାଗ୍ୟଜନକ: ୟାସିର ଶାହ

କରାଚୀ, ୧୬ା୧୨ (ପି.ଟି.)-ଭାରତ ବିପକ୍ଷରେ ବିଶେଷ କରି ଏକ ଦିବାରାତ୍ର ଟେଷ୍ଟ ନ ଖେଳିବା ମୋ ପାଇଁ ଦୁର୍ଭାଗ୍ୟଜନକ ବୋଲି ପାକିସ୍ତାନ ଲେଗ୍‌ ସ୍ପିନର ୟାସିର ଶାହ କହିଛନ୍ତି। ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ସେ ତାଙ୍କ ଦକ୍ଷତା ପରଖି ନେବାକୁ ଚାହାନ୍ତି ବୋଲି କହିଛନ୍ତି। ପାକିସ୍ତାନ ତରଫରୁ ୨୦୧୧ରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ୩୩ ବର୍ଷୀୟ ଶାହ ୩୭ଟି ଟେଷ୍ଟ ମ୍ୟାଚ ଖେଳାଳି ୨୦୭ରନ ସଂଗ୍ରହ କରିସାରିଛନ୍ତି। କୋହଲିଙ୍କ ସମେତ ଭାରତରେ କେତେଜଣ ଖେଳାଳି ଅଛନ୍ତି, ଯେଉଁମାନେ ଲେଗ୍‌ ସ୍ପିନକୁ ଭଲରୂପେ ଖେଳିପାରନ୍ତି। ପାକିସ୍ତାନ ଶେଷଥର ପାଇଁ ୨୦୧୨ରେ ଏକ ଛୋଟ ସୀମିତ ଓଭର ସିରିଜ ଖେଳିବା ଲାଗି ଭାରତ ଗସ୍ତ କରିଥିଲା। କିନ୍ତୁ ଦୁଇ ଦେଶ ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପରସ୍ପର ସହିତ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ ଖେଳିନାହାନ୍ତି। ଶାହ କହିଛନ୍ତି ସେ ଯେତେଶୀଘ୍ର ଭାରତ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ଅପେକ୍ଷାରେ ରହିଛନ୍ତି। ପାକିସ୍ତାନର ଏହି ସ୍ପିନର ତାଙ୍କର ଗତ ୩ ଟେଷ୍ଟ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଛନ୍ତି। ଏଥିରେ ତାଙ୍କୁ ଉଇକେଟ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ସେ ଫର୍ମରେ ଅଛନ୍ତି ବୋଲି ଦୃଢ ଭାବେ କହୁଛନ୍ତି। ସେଠିକାର ପିଚ୍‌ ମନ୍ଥର ବୋଲରଙ୍କୁ ସୁହାଉ ନାହିଁ ବୋଲି ସେ ସଫେଇ ଦେଇଛନ୍ତି।

Share