ଭାରତରେ ଅଟକିଛନ୍ତି ଚେନ୍ନାଇ ସିଟି କୋଚ୍‌

ଚେନ୍ନାଇ, ୯ା୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ବର୍ତ୍ତମାନ ପାଇଁ ବିମାନ ସେବାକୁ ବନ୍ଦ ରଖାଯାଇଥିବାରୁ ଚେନ୍ନାଇନ ସିଟି ଫୁଟ୍‌ବଲ ଟିମ୍‌ର ସିଙ୍ଗାପୋରିଆନ କୋଚ୍‌ ଆକବର ନାଓ୍ବାସ୍‌ ନିଜ ଦେଶକୁ ଯାଇପାରୁ ନାହାନ୍ତି। କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ସମଗ୍ର ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ନାଓ୍ବାସ ପାଠପଢା ବ୍ୟତୀତ ତାଙ୍କ ଖେଳାଳିଙ୍କ ଗେମ୍‌ ବିଶ୍ଳେଷଣ ଏବଂ ଭିଡିଓ କଲିଂ ଜରିଆରେ ଟିପ୍‌ ଆଦାନପ୍ରଦାନ କରୁଛନ୍ତି। ନାଓ୍ବାସ ୨୦୧୮ ମାର୍ଚ୍ଚରୁ ଆଇ-ଲିଗ୍‌ ଟିମ୍‌ ଚେନ୍ନାଇ ଦଳର କୋଚ ଦାୟିତ୍ୱରେ ଅଛନ୍ତି। ଦଳକୁ ସେ ୨୦୧୮-୧୯ ସିଜନରେ ଟାଇଟଲ ଜିତାଇପାରିଛନ୍ତି। ନାଓ୍ବାଜ କହିଛନ୍ତି, ବର୍ତ୍ତମାନର କଠିନ ପରିସ୍ଥିତିରେ ନିଜ ପରିବାରଠାରୁ ଦୂରରେ ରହିବା କଷ୍ଟକର। ଭାରତରେ ଅଟକି ରହିଥିଲେ ମଧ୍ୟ ମୁଁ ମୋ ସମୟର ସଦୁପଯୋଗ କରୁଛି। ବର୍ତ୍ତମାନର ପରିସ୍ଥିତିକୁ ନେଇ ଅଧିକ ଚିନ୍ତା କରୁନାହିଁ। ଆଶା କରୁଛି ଖୁବ୍‌ ଶୀଘ୍ର ପରିବାର ସହ ଯୋଗ ଦେବି। ମୋ କ୍ଲବ ଏବଂ ଚେନ୍ନାଇସ୍ଥିତ ସିଙ୍ଗାପୁର ଦୂତାବାସ ଏଦିଗରେ ପଦକ୍ଷେପ ନେଉଛନ୍ତି। ସୂଚନାଯୋଗ୍ୟ, ନାଓ୍ବାସ ବର୍ତ୍ତମାନ କୋଏମ୍ବାଟୁର୍‌ରେ ଅବସ୍ଥାନ କରୁଛନ୍ତି।