Shikhar Dhawan of India celebrates his fifty during the 1st One day International match between India and Australia held at the Wankhede Stadium, Mumbai on the 14th Jan 2020. Photo by Deepak Malik / Sportzpics for BCCI
ମୁମ୍ବାଇ, ୧୪।୧- ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଶେଷ ଖବବ ସୁଦ୍ଧା ୨୮.୫ ଓଭରରେ ୩ ଉଇକେଟ୍ ହରାଇ ୧୪୦ ରନ ସଂଗ୍ରହ କରିଛି। ପ୍ରାରମ୍ଭରୁ ଇନ୍ଫର୍ମ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମା (୧୦) ଶସ୍ତାରେ ପ୍ୟାଭିଲିୟନ ଫେରିଯାଇଥିଲେ। କିନ୍ତୁ ଲୋକେଶ ରାହୁଲ ଅନ୍ୟତମ ଓପନର୍ ଶିଖର ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟ୍ରେ ଧାଓ୍ବନ-ରାହୁଲ ଯୋଡ଼ି ୧୨୧ ରନ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୩୪ ରନ ହୋଇଥିବାବେଳେ ରାହୁଲ ବ୍ୟକ୍ତିଗତ ୪୭ ରନ କରି ଆଷ୍ଟନ ଅଗରଙ୍କ ଶିକାର ହୋଇଥିଲେ। ଏହାପରେ ଧାଓ୍ବନ ୭୪ ରନ କରି ପ୍ୟାଟ୍ କୁମିନ୍ସଙ୍କ ଶିକାର ହୋଇଥିଲେ। କୋହଲି ୪ ରନ ଓ ଶ୍ରେୟାସ ଆୟାର ବ୍ୟାଟିଂ ଜାରି ରଖିଛନ୍ତି।