ଭାଜପା ମୁଖ୍ୟାଳୟରେ ଦଳାଚକଟା ସ୍ଥିତି:ଠେଲାପେଲାରେ ବହୁ ଆହତ

ନୂଆଦିଲ୍ଲୀ,୨୪-୫(ପି.ଟି.):ନିର୍ବାଚନ ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହେବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କାର୍ଯ୍ୟାଳୟରେ ପହଞ୍ଚତ୍ବା କ୍ଷଣି ବହୁସଂଖ୍ୟାରେ ଲୋକେ ଧସେଇ ପଶିଥିଲେ। ଶାହ ଗାନ୍ଧୀନଗର ଆସନରୁ ୫.୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି। ମୁଖ୍ୟ କାର୍ଯ୍ୟାଳୟରେ ଭାଜପା ବିଜୟ ଉତ୍ସବ ମନାଉଥିବାବେଳେ ସେଥିରେ ଯୋଗଦେବା ଲାଗି ଶାହ ସେଠାରେ ପହଞ୍ଚତ୍ଥିଲେ। ଲୋକମାନେ ଫାଟକ ନିକଟକୁ ଧାଇଁ ଆସିବାରୁ ଠେଲାପେଲାରେ କେତେକ ଆହତ ହୋଇଥିଲେ।