Sri Lanka People's Front party presidential election candidate and former wartime defence chief Gotabhaya Rajapaksa gestures next to his brother, former president and opposition leader Mahinda Rajapaksa during the launching ceremony of his election manifesto in Colombo, Sri Lanka October 25, 2019. REUTERS/Dinuka Liyanawatte
କଲମ୍ବୋ,୩।୩: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପାକ୍ସେ ସୋମବାର ଦେଶର ସଂସଦକୁ ଭାଙ୍ଗି ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏପ୍ରିଲ ୨୫ରେ ନିର୍ବାଚନ ଘୋଷଣା ହେବା ପରେ ସେ ଏହାକୁ ଭାଙ୍ଗି ଦେଇଥିବା ଜଣାପଡିଛି। ତେବେ କାର୍ଯ୍ୟକାଳ ପୂରଣ ହେବାର ୬ ମାସ ପୂର୍ବରୁ ସେ ଏହାକୁ ଭାଙ୍ଗି ଦେଇଛନ୍ତି ବୋଲି କୁହାଯାଉଛି। ତେବେ ଏପ୍ରିଲ ୨୫ରେ ହେବାକୁ ଥିବା ନିର୍ବାଚନ ପାଇଁ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୧୯ ମଧ୍ୟାହ୍ନ ୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ମେ ୧୪, ୨୦୨୦ରେ ସଂସଦର ପ୍ରଥମ ଅଧିବେଶନ କରାଯିବ ବୋଲି ଜଣାପଡିଛି। ୨ଥର ରାଷ୍ଟ୍ରପତି ଓ ୩ଥର ପ୍ରଧାନମନ୍ତ୍ରୀ ଥିବା ମହିନ୍ଦା ରାଜପାକସେ ଏଥର ବିଜୟ ଲାଭ କରିବେ ବୋଲି ଆଲୋଚନା ହେଉଛି।