ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ତେବେ ୮/୧୦ଟି ଭାରିଯାନ ମାଟିରେ ପୋତି ହୋଇଯାଇଥିବା କୁହାଯାଉଛି। ମଙ୍ଗଳବାର ରାତିରେ ୯ ଜଣଙ୍କୁ ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ମାଟିରେ ପୋତିହୋଇ ରହିଥିବା ଅନ୍ୟ ଶ୍ରମିକମାନେ କହୁଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ସୁରକ୍ଷା ଅଭାବରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ଶ୍ରମିକଙ୍କ ଆନ୍ଦୋଳନ ଯୋଗୁ ଖଣିକାର୍ଯ୍ୟ ବନ୍ଦ ରହିଛି ।