Thief Stealing Burglar Identity Burglary Crime Criminal
ଦିଗପହଣ୍ଡି,୨୫ା୭(ଡି.ଏନ.ଏ.)-ଦିଗପହଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନିକଟରୁ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟାରେ ଲୁଟେରା ଅଭିନବ ଉପାୟରେ ଜଣେ ବୃଦ୍ଧଙ୍କଠାରୁ ଟଙ୍କା ଲୁଟି ଫେରାର୍ ହୋଇଯାଇଛନ୍ତିି। ଲୁଟର ଶିକାର ହୋଇଛନ୍ତି ଦିଗପହଣ୍ଡି ଥାନା ନୂଆ ମୌଳାଭଞ୍ଜା ଗ୍ରାମ ଗୋପବନ୍ଧୁ ନଗରର ଆପାରାଓ ଆଚାରୀ। ଆପାରାଓ ସକାଳେ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମାକରିବା ପାଇଁ ଆସୁଥିଲେ। ଏହି ସମୟରେ ବ୍ୟାଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ନିକଟରେ ଜଣେ ଯୁବକ ବାଇକ୍ରେ ଆସି ବୃଦ୍ଧଙ୍କ ସହ କଥା ହୋଇ ନିଜକୁ ଉକ୍ତ ବ୍ୟାଙ୍କର ମ୍ୟାନେଜର ବୋଲି କହିଥିଲେ। ପରେ ତୁମ ଜମା ଖାତାରେ କମ ଟଙ୍କା ଅଛି ଏଣୁ ଡାକ୍ତର ସାର୍ଟିଫିକେଟ ଲୋଡା କହି ବାଇକ୍ରେ ତାଙ୍କୁ ବସାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ବୃଦ୍ଧଙ୍କୁ ଓହ୍ଲାଇ ତୁମେ ଏଠାରେ ବସିଥାଅ କହି ତାଙ୍କଠାରୁ ୬ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। କିଛିସମୟ ପରେ ସମ୍ପୃକ୍ତ ଯୁବକ ନ ଫେରିବାରୁ ବୃଦ୍ଧ ଆଖପାଖରେ ଥିବା ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ପହଞ୍ଚତ୍ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତିି।